ରାଜଗାଙ୍ଗପୁର ସହରର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ କାଉନସିଲର ଓ ଉପନଗରପାଳ ଅଶୋକ ଦାସଙ୍କୁ ରାଜ୍ୟସଭା ସାଂସଦ ଶ୍ରୀ ଦିଲୀପ ରାୟ ରାଜଗାଙ୍ଗପୁର ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରତିନିଧି ଭାବେ ମନୋନୀତ କରିଛନ୍ତି।
ଏହି ଅବସରରେ ଲାଲ୍ ସା ବାବା ମଜାରଠାରେ ଅଶୋକ ଦାସ ଚାଦର ଚଢ଼ାଇ ରାଜଗାଙ୍ଗପୁରର ଉନ୍ନତି ଓ ପ୍ରଗତି ପାଇଁ ପ୍ରାର୍ଥନା କରିଥିଲେ। ମଜାର କମିଟି ପକ୍ଷରୁ ତାଙ୍କୁ ପଗଡ଼ି ପିନ୍ଧାଇ ସମ୍ମାନିତ କରାଯାଇଥିଲା।
ରାଜଗାଙ୍ଗପୁରକୁ ସବ୍ଡିଭିଜନ ମାନ୍ୟତା ପ୍ରଦାନ, ସହରକୁ ନିଶାମୁକ୍ତ କରିବା ଏବଂ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ତାଙ୍କର ପ୍ରମୁଖ ଲକ୍ଷ୍ୟ ବୋଲି ଅଶୋକ ଦାସ ମତ ପ୍ରକାଶ କରିଛନ୍ତି।
ଏହି ନୂଆ ଦାୟିତ୍ୱକୁ ନେଇ ରାଜଗାଙ୍ଗପୁର ସହରରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।
ସମ୍ପୂର୍ଣ୍ଣ ଖବର ଦେଖନ୍ତୁ — ADYASHA LIVE


